୩୦ ଜିଲ୍ଲାରୁ ୨୬୦୨ କରୋନା ପଜିଟିଭ୍ ଚିହ୍ନଟ: ଜାଣନ୍ତୁ କେଉଁଠୁ କେତେ…

୩୦ ଜିଲ୍ଲାରୁ ୨୬୦୨ କରୋନା ପଜିଟିଭ୍ ଚିହ୍ନଟ: ଜାଣନ୍ତୁ କେଉଁଠୁ କେତେ…

ଭୁବନେଶ୍ୱର: ଅଗଷ୍ଟ ମାସ ସରିବା ପୂର୍ବରୁ ରାଜ୍ୟରେ ୧ ଲକ୍ଷ ପାର୍ କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଜୁଲାଇ ତୁଳନାରେ ଦୁଇଗୁଣ ସଂକ୍ରମଣ ବଢିଛି। ସେପ୍ଟମ୍ବରରେ କରୋନା ଆହୁରି କରାଳ ରୂପ ଦେଖାଇବ ବୋଲି କିଛି କିଶେଷଜ୍ଞ କହିଲେଣି। ଏ ସବୁ ଭିତରେ ଆଜି ରାଜ୍ୟରେ ୩୦ଟି ଜିଲ୍ଲାରୁ ୩୦୧୪ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୫୬୧ ଜଣ କ୍ୱାରାଣ୍ଟାଇନ୍‌ରେ ଥିବାବେଳେ ୧୦୪୧ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୩ ହଜାର ୫୩୬କୁ ବୃଦ୍ଧି ପାଇଛି। ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମୋଟ ୩୦ ଜିଲ୍ଲାରୁ ୨୬୦୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬୧୬, କଟକରୁ ୨୩୬, ଗଞ୍ଜାମରୁ ୧୯୦, କେନ୍ଦ୍ରାପଡ଼ାରୁ ୧୨୮, କୋରାପୁଟରୁ ୧୨୭, ବାଲେଶ୍ବର ଓ ଯାଜପୁର ଜିଲ୍ଲାରୁ ୧୦୩ ଜଣ ଲେଖାଏଁ, ନୟାଗଡ଼ରୁ ୯୧, କେନ୍ଦୁଝରରୁ ୮୬, ଝାରସୁଗୁଡାରୁ ୮୫, ବରଗଡ଼ ଓ ଜଗତସିଂହପୁର ଜିଲ୍ଲାରୁ ୮୨ ଜଣ ଲେଖାଏଁ, ମାଲକାନଗିରିରୁ ୮୦ ଜଣ, ସମ୍ବଲପୁରରୁ ୭୮, ମୟୂରଭଞ୍ଜରୁ ୭୨, ଢ଼େଙ୍କାନାଳରୁ ୬୭, କଳାହାଣ୍ଡିରୁ ୬୩, ରାୟଗଡ଼ାରୁ ୫୪, ଭଦ୍ରକରୁ ୪୭, ପୁରୀରୁ ୪୬, ବଲାଙ୍ଗିରରୁ ୪୨, ସୋନପୁରରୁ ୨୧, ସୁନ୍ଦରଗଡ଼ରୁ ୧୯, ନବରଙ୍ଗପୁରରୁ ୧୮, କନ୍ଧମାଳରୁ ୧୭, ନୂଆପଡ଼ାରୁ ୧୬, ଅନୁଗୁଳରୁ ୧୪, ବୌଦ୍ଧରୁ ୯, ଗଜପତିରୁ ୭ ଓ ଦେବଗଡ଼ରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଅଦ୍ୟାବଧି ମୋଟ୍ ୧୦,୩,୫୩୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୯,୭୫୮ଟି ଆକ୍ଟିଭ୍‌ କେସ୍‌ ରହିଥିବାବେଳେ ୭୩,୨୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୪୮୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି।

Share this story