୩୦ ଜିଲ୍ଲାରୁ ୩୮୬୧ କରୋନା ପଜିଟିଭ ଚିହ୍ନଟ: ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ବର: ରାଜ୍ୟରେ ଥମୁନି କରୋନା ସଂକ୍ରମଣ। ଦିନକୁ ଦିନ ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା। ଗଞ୍ଜାମ ପରେ ଖୋର୍ଦ୍ଧାରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟରେ ୩୦ଟି ଜିଲ୍ଲାରୁ ସୋମବାର ୩୮୬୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୨୭୮ ଜଣ କ୍ୱାରାଣ୍ଟାଇନ୍ରେ ଥିବାବେଳେ ୧୫୮୩ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୨୭ ହଜାର ୮୯୨ କୁ ବୃଦ୍ଧି ପାଇଛି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ମୋଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୭୬୭, କଟକରୁ ୩୮୬, ଯାଜପୁରରୁ ୨୮୫,ପୁରୀରୁ ୨୦୦, ଝାରସୁଗୁଡାରୁ ୧୯୯, ବରଗଡ଼ରୁ ୧୭୬,ରାୟଗଡ଼ାରୁ ୧୫୩, ମୟୂରଭଞ୍ଜରୁ ୧୨୨, ଅନୁଗୁଳରୁ ୧୨୦, ସୋନପୁରରୁ ୧୧୭, ବାଲେଶ୍ବରରୁ ୧୦୫, ସୁନ୍ଦରଗଡ଼ରୁ ୯୬, ଗଞ୍ଜାମରୁ ୯୧, ଜଗତସିଂହପୁର ଓ କୋରାପୁଟରୁ ୮୬ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୮୩, ସମ୍ବଲପୁରୁ ୭୭, ବଲାଙ୍ଗିରରୁ ୭୫, ଭଦ୍ରକ ଓ ଢ଼େଙ୍କାନାଳରୁ ୭୪ ଜଣ ଲେଖାଏଁ, କେନ୍ଦୁଝରରୁ ୬୬, ନୟାଗଡ଼ରୁ ୫୭, ନୂଆପଡାରୁ ୪୮, ନବରଙ୍ଗପୁରରୁ ୪୪, କଳାହାଣ୍ଡିରୁ ୨୮, କନ୍ଧମାଳରୁ ୨୫, ବୌଦ୍ଧରୁ ୨୨, ଗଜପତିରୁ ୧୪ ଓ ଦେବଗଡ଼ରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆକରି ଷ୍ଟେଟ୍ ପୁଲ୍ରୁ ୧୪୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।