ଭାଇରାଲ ହେଉଛି ପ୍ରଦୀପ ମାଝୀ, ଭିଡ଼ିଓରେ ଥିବା ଯୁବତୀ ଦୁଇଜଣ କିଏ ? ଦେଖନ୍ତୁ ଭିଡ଼ିଓ

pradip majhi
ବୋଧ ହୁଏ, ପୁରୁଣା ଭିଡିଓ । କିନ୍ତୁ ଭାଇରାଲ ହଉଛି ଏବେ । ଗତ ୨୪ ଘଣ୍ଟା ଭିତରେ ମୋବାଇଲ ରୁ ମୋବାଇଲକୁ ଘୁରି ବୁଲୁଥିବା ଏହି ଭିଡିଓ ରେ ଥିବା ନେତା ଜଣଙ୍କୁ ତ ଆପଣ ଭଲ ଭାବେ ଚିହ୍ନିଥିବେ । ତଥାପି ଆମେ ପରିଚୟ କରାଇ ଦେଉଛୁ ।
ଏ ହେଉଛନ୍ତି ସଦ୍ୟ ସଦ୍ୟ କଂଗ୍ରେସ ଛାଡିଥିବା ନବରଙ୍ଗପୁର ର ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ପ୍ରଦୀପଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଯାହା ଜଣାପଡୁଛି ଏହି ଭିଡିଓ ବେଶ ପୁରୁଣା । ଯେହେତୁ ପ୍ରଦୀପ କଂଗ୍ରେସ ଛାଡିଛନ୍ତି, ତେଣୁ କିଛି ପ୍ରଦୀପ ବିରୋଧୀ ଗୋଷ୍ଠୀ ଏହାକୁ ଭାଇଆଲ କରୁଥାଇପାରନ୍ତି ।
ଭିଡିଓ ରେ ଦୁଇ ଜଣ ଯୁବତୀ ଅଛନ୍ତି । ଥାଇଲାଣ୍ଡ ରେ ସୁଟ ହୋଇଥିବା ଭିଡିଓ କେହି ଭାଇରାଲ କରୁଥାଇପାରନ୍ତି । ତେବେ ଏ ସମ୍ପର୍କରେ ପ୍ରଦୀପ ଙ୍କ ମତାମତ ମିଳିପାରିନାହିଁ । ତାଙ୍କ ଫୋନ ନମ୍ବର ସୁଇଚ ଅଫ ରହିଛି ।

Share this story