କରୋନା ନେଲା ପ୍ରବଚକ ଚାରଣ ରାମଦାସଙ୍କ ଜୀବନ
May 25, 2021, 00:01 IST

କରୋନା ଗୋଟିଏ ପରେ ଗୋଟିଏ ଦୁଃସମ୍ବାଦ ଆଣି ମନରେ ଛନକା ପୁରାଇ ଦେଇଥିବା ବେଳେ ଆଜି ଆଉ ଏକ ସମ୍ବାଦ ଚକ୍କିତ କରିଦେଇଛି ।
ପ୍ରବଚନ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ରଖି ଘରେ ଘରେ ପରିଚିତ ହୋଇଥିବା ପ୍ରବଚକ ଚାରଣ ରାମଦାସ ଆଉ ନାହାନ୍ତି । କରୋନା ମହାମାରୀରେ ତାଙ୍କର ଦେହାନ୍ତ ଘଟିଛି । ପୁରୀ ର ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି ।
ଏହି ଖବର ତାଙ୍କର ପ୍ରଶଂସକ ଙ୍କୁ ହାତବାକ କରି ରଖିଦେଇଛି । ପ୍ରବଚନ ଜଗତରେ ଏହା ଏକ ଅପୁରଣୀୟ କ୍ଷତି ବୋଲି ତାଙ୍କ ଶୁଭେଛୁ ମାନେ କହିଛନ୍ତି ।