ପେଟ୍ରୋଲ ପମ୍ପ୍ରେ ବିସ୍ଫୋରଣ ଘଟଣା: ସାମ୍ନାକୁ ଆସିଲା କାରଣ, ଜାଣନ୍ତୁ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ହୋଇଥିବା ବିସ୍ଫୋରଣ ଏବଂ ଅଗ୍ନିକାଣ୍ଡ ଘଟଣାର କାରଣ ସାମ୍ନାକୁ ଆସିଛି। ଡିପାର୍ଟମେଣ୍ଟ ଅଫ୍ ଏକ୍ସପ୍ଲୋସିଭ ଏହି ବିସ୍ଫୋରଣ ଘଟଣାର ତଦନ୍ତ କରୁଛି। ତଦନ୍ତବେଳେ ଏହି ବିସ୍ଫୋରଣର କାରଣ ଜଣା ପଡିଛି। ଫିଲିଂ ଷ୍ଟେସନରେ ଏଲପିଜି ରିଫିଲିଂ ଚାଲିଥିବାବେଳେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି।
ତଦନ୍ତ ରିପୋର୍ଟ ଅନୁଯାୟୀ, ବିସ୍ଫୋରଣବେଳେ ସାଢେ ୪ ଟନ୍ ଏଲପିଜି ଥିଲା ଏବଂ ୧୦ ହଜାର ଲିଟର ପାଣି ଥିଲା। ଟାଙ୍କିରେ ପ୍ରଥମେ ହାଇଡ୍ରୋଜେନ୍ ଗ୍ୟାସ୍ ଭର୍ତ୍ତି ହୋଇଥିଲା। ତା’ପରେ ନାଇଟ୍ରୋଜେନ୍ ଗ୍ୟାସ୍ ଫିଲିଂ ମଧ୍ୟ ସଫଳ ହୋଇଥିଲା। କିନ୍ତୁ ଏଲପିଜି ରିଫିଲିଂ ହେବାବେଳେ ତାହା ଲିକ୍ ହୋଇ ବ୍ଲାଷ୍ଟ ହୋଇଥିଲା। ଡିପାର୍ଟମେଣ୍ଟ ଅଫ୍ ଏକ୍ସପ୍ଲୋସିଭର ଡେପୁଟି ଚିଫ୍ କଣ୍ଟ୍ରୋଲର ରୁଆବ୍ ଅଲ୍ଲୀ ଏନେଇ ସୂଚନା ଦେଇଛନ୍ତି। ବିସ୍ଫୋରଣ ପରେ ବିଭାଗ ତଦନ୍ତ ଆରମ୍ଭ କରିଛି। ଫିଲିଂ ଷ୍ଟେସନ ପରିସରରେ ତଦନ୍ତ ଚାଲିଛି। ମୃତକଙ୍କ ବାବଦରେ ମଧ୍ୟ ତଦନ୍ତ କରାଯାଉଛି।