ଧାର ଟଙ୍କା ନେଇ ଫେରେଇଲେନି ବିଜେଡି ଯୁବନେତା, ମାଡ଼ ଖାଇ ଭାଙ୍ଗିଗଲା ହାତ

Bjd youth leader

କେନ୍ଦୁଝର ସାହାରପଡ଼ା ବ୍ଲକ ଦୁବେଇପେଣ୍ଠ ଗ୍ରାମର ବିଜେଡି ଯୁବ ନେତା ତଥା ଯୁବ ବିଜେଡି ଉପସଭାପତି କରୁଣା ସାଗର ଖଟୁଆ ଓରଫ ଦିପୁ ମାଡ଼ ଖାଇ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କର ଗୋଟେ ହାତ ଭାଙ୍ଗିଯାଇଥିବା ବେଳେ ସେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସା ହେଉଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ କରୁଣା ସାଗର ଖଟୁଆ ଓରଫ ଦିପୁ ସାହାରପଡ଼ାର ଉମାକାନ୍ତ ଦିଗାରଙ୍କ ଠାରୁ ବ୍ଲାଙ୍କ ଚେକ୍ ଦେଇ ୪ଲକ୍ଷ ୭୦ ହଜାର ଟଙ୍କା ଧାର ସୂତ୍ରରେ ନେଇଥିଲେ କିନ୍ତୁ ଧାର ଟଙ୍କା ସେ ସୁଝି ନଥିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଉକ୍ତ ଘଟଣା ହତାହତି ପର୍ଯ୍ୟନ୍ତ ଯାଇଥିଲା । ବାରମ୍ବାର ଧାର ଟଙ୍କା ମାଗିବାରୁ ସେ ଧାର ଟଙ୍କା ନ ଫେରାଇ ଉମାକାନ୍ତ ଙ୍କୁ ଗାଳି ଗୁଲଜ କରିବାରୁ କରୁଣା ଓରଫ ଦିପୁ କୁ ଉମାକାନ୍ତ ଠେଙ୍ଗାରେ ଆକ୍ରମଣ କରିବାରୁ ତାଙ୍କର ହାତ ଭାଙ୍ଗି ଯାଇଥିବା ଜଣାପଡ଼ିଛି ।

ଏନେଇ କରୁଣାଙ୍କ ଭାଇ ନଳିନୀ କାନ୍ତ ଖଟୁଆ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଏଥିସହ କରୁଣାଙ୍କ ହୋଣ୍ଡା ଆକ୍ଟିଭା ଗାଡିକୁ ନେଇ ପଳାଇଥିବା ତାଙ୍କ ଭାଇ ଉମାକାନ୍ତ ଦିଗାର ଙ୍କ ଵିରୋଧ ଅଭିଯୋଗ କରିଛନ୍ତି ଏନେଇ ୧୩୫/୨୧ ଏକ ମାମଲା ରୁଜୁ ହୋଇଛି।ଅନ୍ୟପଟେ କରୁଣା ଓରଫ ଦିପୁ ଖଟୁଆ ୪ ଲକ୍ଷ ୭୦ ହଜାର ଟଙ୍କା ଧାର ଆକାର ସୁଧିଆ ହିସାବରେ ନେଇଥିଲେ ।

ସୁଧସହ ମୂଳ ଟଙ୍କା ମାଗିବାରୁ ଦିପୁ ଖଟୁଆ ତାଙ୍କ ଘର ନିକଟକୁ ଆସି ଖରାପ ଭାଷାରେ ଗାଳି ଗୁଲଜ କରିବା ନେଇ ଉମାକାନ୍ତ ଦିଗାର ଫାଣ୍ଡିରେ ଅଭିଯୋଗ କରିଛନ୍ତି ଏନେଇ ୧୩୪/୨୧ ରେ ମାମଲା ରୁଜୁ ହୋଇଛି। ଉଭୟ ପକ୍ଷରୁ ଦୁଇଟି ମାମଲା ରୁଜୁ ହେବା ପରେ ପୋଲିସ ଘଟଣା ର ତଦନ୍ତ କରୁଥିବା ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଆଇଚ ସୂଚନା ଦେଇଛନ୍ତି।

Share this story