ହ୍ଵିଲ ଚେୟାର ରୁ ରକ୍ତଦାନ

ହ୍ଵିଲ ଚେୟାର ରୁ ରକ୍ତଦାନ

ଇଛା ଶକ୍ତି ଥିଲେ ଦୁନିଆ ରେ କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ। ଏହାର ଅନ୍ୟନ ଉଦାହରଣ ସୃଷ୍ଟି କରିଛନ୍ତି ରାଜଗାଙ୍ଗପୁରର ଆନ୍ତର୍ଜାତୀୟ ହ୍ଵିଲ ଚେୟାର କ୍ରିକେଟ ଖେଳାଳି ବସନ୍ତ ନିମ୍ ଶ୍ରେଷ୍ଠ । ଚାଲିବାର ଶକ୍ତି ହରାଇଥିବା ଏହି ଯୁବକ କେବଳ କ୍ରିକେଟ ରେ ନିଜର ଦକ୍ଷତା ପ୍ରଦର୍ଶନ କରିନାହାନ୍ତି, ବରଂ ବିଭିନ୍ନ ସାମାଜିକ କାର୍ଯ୍ୟରେ ଆଗ୍ରହ ର ସହ ସାମିଲ ହୋଇ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି।

ହ୍ଵିଲ ଚେୟାର ରୁ ରକ୍ତଦାନ

ଗତ ୨୬ ତାରିଖରେ ରାଜଗାଙ୍ଗପୁର ରେ “ଓଡିଶା ମୋ-ପରିବାର –ଜୀବନ ବିନ୍ଦୁ” ପକ୍ଷରୁ ଏକ ରକ୍ତଦାନ କାର୍ଯ୍ୟକ୍ରମ ର ଆୟୋଜନ ହୋଇଥିଲା । ଆଉ ଏହି ସାମାଜିକ କାର୍ଯ୍ୟକ୍ରମ ର ମୁଖ୍ୟ ଆକର୍ଷଣ ଥିଲେ ବସନ୍ତ। ଶିବିର କୁ ଉଦଘାଟନ କରି ନିଜେ ଆଗ ରକତଦାନ କରିବାକୁ ଆଗଭର ହୋଇଥିଲେ । ଏଥିସହ ନିଜେ ସେଠାରେ ଉପସ୍ଥିତ ରହି ରକ୍ତଦାନ ପାଇଁ ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ବସନ୍ତଙ୍କ ନିଷ୍ଠାପରତା ଓ ସେବା ମନୋବୃତ୍ତି ସେଠାରେ ଉପସ୍ଥିତ ଲୋକମାନଙ୍କୁ ଚକିତ କରିଥିଲା। ୧୦୮ ୟୁନିଟ ରକ୍ତ ସଂଗ୍ରହ ସହ ଏହି ଅଭିଯାନକୁ ସେଦିନ ମିଳିଥିଲା ବିପୁଳ ସଫଳତା। ରକ୍ତଦାନ ଶିବିରରେ ବସନ୍ତଙ୍କ ଉତ୍ସଗ୍ରିକୃତ ମହତ୍ ଯୋଗଦାନ ପାଇଁ ପ୍ରଶଂସା ର ସୁଅ ଛୁଟୁଛି। ସମାଜ ପ୍ରତି ଅଙ୍ଗୀକାରବୋଧ ଥିଲେ କେହି ତାକୁ ଅଟକାଇ ପାରିବେ ନାହିଁ, ଯାହାର ଜ୍ଵଳନ୍ତ ଉଦାହରଣ ଥିଲେ ବସନ୍ତ ନିମ୍ ଶ୍ରିଷ୍ଠ। ଏହି ମହାନ କାର୍ଯ୍ୟ ପାଇଁ “ଓଡିଶା ମୋ-ପରିବାର” ପକ୍ଷରୁ ସମର୍ଦ୍ଧିତ କରାଯାଇଥିଲା।

Share this story