ଆଶ୍ରିତ ପଟ୍ଟନାୟକ ପିପିଲି ବିଜେପି ପ୍ରାର୍ଥୀ
Thu, 25 Mar 2021

ପିପିଲି ଉପନିର୍ବାଚନ ଲାଗି ବିଜେପି ତା’ର ପ୍ରାର୍ଥୀ ଘୋଷଣା କରିଛି । ଗତ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ଥିବା ଆଶ୍ରିତ ପଟ୍ଟନାୟକଙ୍କୁ ବଦଳ ପୁଣିଥରେ ଟିକେଟ ଦେଇଛି। ୨୦୧୯ ନିର୍ବାଚନରେ ବିଜେଡି ନେତା ପ୍ରଦୀପ ମହାରଥୀଙ୍କ ଠାରୁ ପରାସ୍ତ ହୋଇଥିଲେ ଆଶ୍ରିତ ପଟ୍ଟନାୟକ।
ସେ ୭୨,୭୩୧ ଖଣ୍ଡ ଭୋଟ ପାଇଥିଲା। ସେତେବେଳେ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ୮୮,୫୧୮ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ।୨୦୨୦ ଅକ୍ଟୋବର ମାସରେ ପ୍ରଦୀପ ମହାରଥୀଙ୍କ ପରଲୋକ ହୋଇଥିଲା। ତା’ପରଠୁ ପିପିଲି ବିଧାନସଭା ଆସନ ଖାଲି ପଡ଼ିଛି।