ଆଜି ବି ଛାତି ଥରାଉଛି ସେଦିନର ଲୋମଟାଙ୍କୁରା ଗଣଦୁଷ୍କର୍ମ ଘଟଣା : ରାଜ୍ୟ କଂଗ୍ରେସ ପାଇଁ ଆଜିଯାଏଁ ଅଭିଶାପ

୧୯୯୦ ମସିହାର ଘଟଣା। ସେ ସମୟର ଏକ ଚର୍ଚ୍ଚିତ ଘଟଣା ପାଇଁ ରାଜ୍ୟ ରାଜନୀତି ସରଗରମ୍ ହୋଇ ଯାଇଥିଲା। ଯାହାଦ୍ୱାରା କଂଗ୍ରେସର ରାଜ୍ୟରୁ ତଳିତଳାନ୍ତ ହେବା ସହ ମୁଖ୍ୟମନ୍ତ୍ରୀ ମଧ୍ଯ ପରିବର୍ତ୍ତନ ହୋଇଗଲେ। ସାରା ରାଜ୍ୟକୁ ଦୋହଲାଇ ଦେଇଥିଲା ଅଞ୍ଜନା ଗଣଦୁଷ୍କର୍ମ ମାମଲା। ଯେଉଁ ଘଟଣାର ପୀଡ଼ିତା ଥିଲେ ଅଞ୍ଜନା ମିଶ୍ର।
୧୯୯୯ ମସିହାର ଘଟଣା। ଟ୍ରାଫିକ ଭିଡ଼ ନଥିବା ବାରଙ୍ଗ ରାସ୍ତା ଦେଇଯିବା ସମୟରେ ସେ ଶିକାର ହୋଇଥିଲେ ଗଣଦୁଷ୍କର୍ମର।ତେବେ ସମୟରେ ସେ ହାର୍ ମାନି ନ ଥିଲେ। ସେହି ସମୟରେ ତାଙ୍କୁ ସମସ୍ତ ପ୍ରକାର ସାହାଯ୍ୟ କରିଥିଲେ ତାଙ୍କ ସହଯୋଗୀ କସ୍ତୁରୀ ଓ ଶୈଳ ଅପା। ସେହି ପ୍ରେରଣାରେ ନିଜର ନ୍ୟାୟ ପାଇଁ ଲଢ଼ିଥିଲେ ଅଞ୍ଜନା। ନିଜର ଓକିଲ ତାଙ୍କୁ ମାମଲା ରୁଜୁ ପାଇଁ ସାହାଯ୍ୟ ମଧ୍ୟ କଲେ ନାହିଁ ଏଥିରେ ବ୍ୟତିବ୍ୟସ୍ତ ନ ହୋଇ ସେ ତା ପରଦିନ ଯାଇ ଏଫ୍ଆଇର୍ ଦାଖଲ କଲେ। ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ଧରିବା ପାଇଁ ଅନେକ ପ୍ରୟାସ କଲେ ଅଞ୍ଜନା। ଏମିତିକି ନିଜର ମୁହଁ ବନ୍ଦ କରିବା ଭଳି ଧମକ ଆସିବା ସହିତ ପଥର ମାଡ଼ର ଶିକାର ମଧ୍ୟ ହୋଇଥିଲେ। ସେ ସମୟରେ କଂଗ୍ରେସର ଜଣେ ସଭ୍ୟା ସୁଶ୍ରୀ କାନୁନଗୋ ମହାନ୍ତି ଙ୍କ ବିରୋଧରେ ଅଞ୍ଜନା ଆଣିଥିଲେ ସଙ୍ଗିନ ଅଭିଯୋଗ। ତାଙ୍କ ସ୍ବାମୀ ଆର୍ମି ରେ ଥିବାର ଫାଇଦା ନେଇ ଯବାନ ଲଗାଇ ଅଞ୍ଜନାଙ୍କୁ ଧମକ ଦେଉଥିଲେ। ଏତେ ସବୁ କଷ୍ଟ ମଧ୍ୟରେ ମୂଖ୍ୟ ୩ ଅଭିଯୁକ୍ତ ମଧ୍ୟରୁ ଜଣଙ୍କର ଚୌଦ୍ୱାର ଜେଲରେ ମୃତ୍ୟୁ ଘଟିଥିଲା । ଶେଷଦୋଷୀ ଯିଏକି ମରିଯାଇଛି ବୋଲି ପ୍ରଚାର କରାଗଲା ମାତ୍ର ଅଞ୍ଜନାଙ୍କ ମନ କହୁଥିଲା "ସେ ନିଶ୍ଚୟ ଧରପଡିବ" । ଆଉ ସେ ଦୋଷୀ ବିବନ୍ ବିଶ୍ୱାଳ ମଧ୍ୟ ଧରାପଡିଥିଲା ।
ଅଞ୍ଜନାଙ୍କ ବ୍ୟକ୍ତିଗତ ଜୀବନ ବହୁ କଷ୍ଟମୟ ଥିଲା।
ଏତିକିରେ ତାଙ୍କ କଷ୍ଟ ଥମିନଥିଲା । ବାପାମାଙ୍କ ଆଦେଶରେ ୧୭ ବର୍ଷ ବୟସରେ ବିବାହ କଲେ। ଏହାପରେ ନିଜର ଶାଶୂଘରେ ଇଂରାଜୀ ସ୍ନାତକ ସହ ଡିଗ୍ରୀ ହାସଲ କଲେ। ମାତ୍ର ବିବାହର କିଛି ବର୍ଷ ପରେ ତାଙ୍କୁ ଶାରୀରିକ ମାନସିକ ନିର୍ଯ୍ୟାତନା ଦିଆଗଲା। ତାଙ୍କଠାରୁ ତାଙ୍କ ଦୁଇ ପୁଅକୁ ଅଲଗା କରିଦିଆଗଲା। ରାଞ୍ଚି ପାଗଳଖାନାରେ ୯ ମାସ ତାଙ୍କୁ ଅକଥନୀୟ ଯନ୍ତ୍ରଣା ଦିଆଗଲା। ତେବେ ଅଞ୍ଜନାଙ୍କ ସ୍ୱାମୀ ମାନସିକ ଭାରସାମ୍ୟର କାରଣ ଦେଇ ତାଙ୍କୁ ଛାଡପତ୍ର ଦେବାକୁ ଚାହିଁଲେ। ତାଙ୍କର ଲକ୍ଷ୍ୟ ଥିଲା ଛାଡପତ୍ର ପରେ ଅଞ୍ଜନାଙ୍କୁ ଟଙ୍କାଟିଏ ବି ଆର୍ଥିକ ସାହାଯ୍ୟ ନଦେବା। ତେବେ ସେ ସମୟରେ ଆଡଭୋକେଟ୍ ଜେନେରାଲ ଇନ୍ଦ୍ରଜିତ୍ ରାୟ ତାଙ୍କୁ ଏହି ମମାଲରେ ସାହାଯ୍ୟ କରିବେ ବୋଲି ଆଶ୍ୱାସନା ଦେଲେ। ମାତ୍ର ପରେ ଶ୍ରୀଯୁକ୍ତ ରାୟଙ୍କ ଯୋଗୁ ବିବାଦ ଆହୁରି ବଢିଗଲା। ତେବେ ଅଭିଯୁକ୍ତ ବିବନ୍ ଯେବେ ଫାଶୀ ପାଇବ ସେଦିନ ନ୍ୟାୟ ପାଇବେ ଅଞ୍ଜନା ଓ ସମଗ୍ର ନାରୀ ସମାଜ। ସମାଜରେ ଏହିଭଳି ପୀଡିତାଙ୍କୁ ସାହାଯ୍ୟ କରିବା ପାଇଁ ସର୍ବଦା ଆଗକୁ ଆସିବାକୁ ଅଞ୍ଜନା ଚାହୁଁଥିବା ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି ।