ବାୟୋକେମେଷ୍ଟ୍ରି ଛାତ୍ରରୁ ବିଜେପିର ବେତାଜ ବାଦଶାହା

Amit shah

ଅସମ୍ଭବକୁ ସମ୍ଭବ କରିବା ତାଙ୍କର ଲକ୍ଷ୍ୟ। ତାଙ୍କ ନାମ ଶୁଣିଲେ ବିରୋଧୀ ଛତ୍ରଭଙ୍ଗ ଦିଅନ୍ତି। ସେ ଯାହା କୁହନ୍ତି ତାହାକୁ ବାସ୍ତବରେ ପରିଣତ କରି ମଧ୍ୟ ଦେଖାନ୍ତି। ସେ ହେଉଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା। କଂଗ୍ରେସ ମୁକ୍ତ ଭାରତର ନାରାକୁ ଆଜି ବାସ୍ତବରେ କରି ଦେଖାଇଛନ୍ତି ଅମିତ ଶାହା। ମୁସଲିମ୍ ବହୁଳ ରାଜ୍ୟ କାଶ୍ମୀରରୁ ଆରମ୍ଭ କରି ଦେବଭୂମି କନ୍ୟାକୁମାରୀ ପର୍ଯ୍ୟନ୍ତ ସବୁଠି ନିଜର ପରାକ୍ରମ ବଳରେ ଗେରୁଆ ପତାକା ଉଡାଇଛନ୍ତି ଅମିତ୍। ମରୁଭୂମି ରାଜ୍ୟ ରାଜସ୍ଥାନରେ ପଦ୍ମ ଫୁଟାଇବା ହେଉ କିମ୍ଵା ପାହାଡିଆ ରାଜ୍ୟ ଆସାମ ଓ ସିକିମରେ ବିଜେପି ସରକାର ଗଢିବା। ଏସବୁ ଉଦ୍ୟମ ପଛର ମାଷ୍ଟରମାଇଣ୍ଡ ଥିଲେ ଅମିତ୍ ଶାହା।

ଯେଉଁ ବିଜେପି ପୂର୍ବରୁ ମାତ୍ର ୪ଟି ରାଜ୍ୟରେ ସରକାର ଗଢିଥିଲା ବର୍ତ୍ତମାନ ସେହି ଦଳ ସମଗ୍ର ରାଷ୍ଟ୍ରରେ ଶାସନ କରୁଛି। ତେବେ ବିଜେପିର ଏହି ସଫଳତାର ମୁଖ୍ୟ ଶ୍ରେୟସ୍କର ହେଉଛନ୍ତି ଅମିତ ଶାହା। ମାତ୍ର୧୬ ବର୍ଷ ବୟସରୁ ରାଜନୀତିରେ ଯୋଗ ଦେଇଥିବା ଅମିତଙ୍କ ଜନ୍ମ ୧୯୬୪ ମସିହା ମୁମ୍ବାଇରେ ହୋଇଥିଲା। ବାୟୋକେମେଷ୍ଟ୍ରି ଡିଗ୍ରୀଧାରୀ ଅମିତଙ୍କ ପ୍ରତ୍ୟକ୍ଷ ରାଜନୀତି ୧୯୮୬ ରୁ ଆରମ୍ଭ ହୁଏ। ୧୯୮୭ରେ ବିଜେପି ଯୁବମୋର୍ଚ୍ଚାର ସଦସ୍ୟ ହୁଅନ୍ତି ଅମିତ୍।

To୧୯୮୨ରେ ମହାବିଦ୍ୟାଳୟରେ ପ୍ରଥମେ ଅମିତଙ୍କ ସହ ମୋଦିଙ୍କ ଭେଟ ହୋଇଥିଲା। ଏହାପରେ ବିଜେପି ଓ ଅମିତଙ୍କ ମଧ୍ୟରେ ନୂତନ ସଂପର୍କ ସୃଷ୍ଟି ହୁଏ। ରାଜନୈତିକ କ୍ୟାରିଅର ଆରମ୍ଭରୁ ହିଁ ବିଜେପିକୁ ସଫଳତାର ସ୍ୱାଦ ଚଖେଇଥିଲେ ସେ। ସୂଚନାଯୋଗ୍ୟ ଯେ ୧୯୯୧ରେ ଗାନ୍ଧିନଗରରେ ଆଡଭାନୀଙ୍କ ପ୍ରଚାର ଓ ୧୯୯୬ରେ ଅଟଳଙ୍କ ପ୍ରଚାର ଦାୟିତ୍ୱରେ ଥାଆନ୍ତି ଅମିତ୍ ଶାହା। ଯାହାର ଫଳସ୍ୱରୂପ ଏହି ଦୁଇଟିରେ ବିଜେପି ସଫଳତା ହାସଲ କରିଥିଲା। ଷ୍ଟ୍ରୋକ୍ ବ୍ରୋକରରୁ କାର୍ଯ୍ୟ ଆରମ୍ଭ କରିଥିବା ଅମିତ୍ ୧୯୯୭ରେ ପ୍ରଥମ କରି ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୦୩-୧୦ ପର୍ଯ୍ୟନ୍ତ ଗୁଜୁରାଟ ରାଜ୍ୟର ଗୃହମନ୍ତ୍ରୀ ରୂପେ ନିଜର କାର୍ଯ୍ୟ ସମ୍ପାଦନ କରିଥିଲେ। ମାତ୍ର ୨୦୧୪ ରେ ତାଙ୍କୁ ମିଳିଲା ଏକ ଗୁରୁ ଦାୟିତ୍ୱ। ଯାହାଥିଲା ଲୋକସଭା ନିର୍ବାଚନ। ବିଜେପି କିପରି ଦିଲ୍ଲୀରେ ସରକାର କରିବ ସେଥିପାଇଁ ଖୁବ୍ କସରତ୍ କରନ୍ତି ଅମିତ୍। ଅମିତଙ୍କ ଫୋକସ୍ ରେ ରହେ ଉତ୍ତରପ୍ରଦେଶ। କାରଣ ଏହି ରାଜ୍ୟର ସମସ୍ତ ଲୋକସଭା ଆସନରେ ବିଜୟୀ ଅର୍ଥାତ୍ କେନ୍ଦ୍ରରେ ସରକାର ଗଢିବାର ସୁଯୋଗ ସୃଷ୍ଟି ।

କେବଳ ଉତ୍ତରପ୍ରଦେଶ ନୁହେଁ ବରଂ ସମସ୍ତ ଦେଶରେ ପଦ୍ମ ଫୁଟେଇ ଏନଡିଏ ଗଠନ କଲେ ଅମିତ ଶାହା। ଏହାପରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ପଦ ଗ୍ରହଣ କରନ୍ତି ଅମିତ୍ ଶାହା। କେବଳ ସଂସଦୀୟ ନିର୍ବାଚନରେ ନୁହେଁ ବରଂ ଦେଶର ପ୍ରତ୍ୟେକ ରାଜ୍ୟରେ ବିଜେପିକୁ ସଫଳତାର ପାହାଚ ଚଢାଇଥିଲେ ଅମିତ୍। ଯେଉଁ ରାଜ୍ୟରେ ବିଜେପି ନଗଣ୍ୟ ଥିଲା ସେହି ରାଜ୍ୟରେ ବିଜେପି ବହୁମତ ପାଇ ସରକାର ମଧ୍ୟ ଗଢିଲା ମହାରାଷ୍ଟ୍ର,ମଧ୍ୟପ୍ରଦେଶ,ଆସାମ,କର୍ଣ୍ଣାଟକ,ଝାଡ଼ଖଣ୍ଡ ଭଳି ଆଦିବାସୀ ବହୁଳ ରାଜ୍ୟମାନଙ୍କରେ ସରକାର ଗଢିବାରେ ସଫଳ ହୋଇଥିଲା ବିଜେପି। ଅମିତଙ୍କ ନେତୃତ୍ୱରେ ପ୍ରଭାବିତ ହୋଇ ୧୦ କୋଟି ଲୋକ ବିଜେପିରେ ଯୋଗଦେଇଥିଲେ।ଏହାଠୁ ବଳି ଆଉ କଣ ବଡ଼ ସଫଳତା ହୋଇପାରେ ଅମିତ ଶାହାଙ୍କ ପାଇଁ। ଦେଶରେ
ଟ୍ରିପଲ୍ ତଲାକ୍,କାଶ୍ମୀର ପ୍ରସଙ୍ଗ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଅମିତ୍ ସର୍ବଦା ଦେଶବାସୀଙ୍କ ହିତ ଚିନ୍ତା କରି ମତ ଉପସ୍ଥାପନା କରିବା ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସହଯୋଗ କରିବାର ନଜିର୍ ରହିଛି।

Share this story