ମାନସିକ ସ୍ତରରେ ଦୁର୍ବଳ ଅଛନ୍ତି ବିଦ୍ୟାଭାରତୀ, ହେଲେ କାହିଁକି ?

Bidyabharati

ମାନସିକ ଚାପରେ ଅଛନ୍ତି ଦିବଙ୍ଗତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା। କେବଳ ସେ ନୁହନ୍ତି, ତାଙ୍କର ପୂରା ପରିବାର ମାନସିକ ଚାପରେ ଅଛି। ତାଙ୍କ ବାପା ଶ୍ରୀହରି ପଣ୍ଡା ଏହି କଥା କହିଛନ୍ତି।

ସେ କହିଛନ୍ତି ଯେ ଲାଏ ଡିଟେକ୍‌ସନ୍‌ ଟେଷ୍ଟର ରିପୋର୍ଟ ଆସି ସାରିଥିବା ବେଳେ ଏନେଇ ତାଙ୍କ ଝିଅ କିଛି ଜାଣି ନାହାନ୍ତି। ସେ ମାନସିକ ସ୍ତରରେ ଖୁବ୍‌ ଦୁର୍ବଳ ହୋଇ ଯାଇଛି। ପୁଣି ପରୀକ୍ଷା ଚାଲିଥିବାରୁ ତାକୁ ଏ ବିଷୟରେ କିଛି ବି ସୂଚନା ଦିଆଯାଇନି।

ବିଦ୍ୟାଭାରତୀ ହେଉଛନ୍ତି ବଲାଙ୍ଗିର ପ୍ରାଣୀଧନ ନିରୀକ୍ଷଣ କେନ୍ଦ୍ର (ଏଲଆଇ)ର ଶେଷ ବର୍ଷର ଛାତ୍ରୀ। ଏବେ ସେ ଫାଇନାଲ ସେମିଷ୍ଟର ପରୀକ୍ଷା ଦେଉଛନ୍ତି। ଗତ କିଛି ମାସ ଧରି ତଦନ୍ତ ପ୍ରକ୍ରିୟା ଚାଲୁଥିବା ବେଳେ ସେ ମାନସିକ ସ୍ତରରେ ଦୁର୍ବଳ ହୋଇପଡିଥିବା କହିଛନ୍ତି ତାଙ୍କ ବାପା ।

Share this story