ଗାନ୍ଧୀ ପରିବାରକୁ ବିରୋଧ, ରାଜନୀତି ଛାଡିବେ ଗୁଲାମ ନବୀ ଆଜାଦ

ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଅଜାଦ ଛାଡିବେ ରାଜନୀତି । ଏ ନେଇ ଏବେ ରାଜନୀତି ମାହୋଲରେ ଚର୍ଚ୍ଚା ଜୋର ଧରିଛି । କାରଣ ରାଜନୀତିରୁ ଖୁବଶୀଘ୍ର ସନ୍ନ୍ୟାସ ନେବାକୁ ସେ ଦେଇଛନ୍ତି ସଙ୍କେତ । ରାଜନୀତିରେ ବାସ୍ତବିକ ପରିବର୍ତ୍ତନ ପାଇଁ ଦଳମାନଙ୍କର କ୍ଷମତାକୁ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି । ‘ରାଜନୀତି ଛାଡି ଏବେ ଅଧିକାଂଶ ସମୟ ସମାଜ ସେବା କରିବାକୁ ମନ ହେଉଛି’ ବୋଲି କହିଛନ୍ତି ଗୁଲାମ ନବୀ ।
ଜମ୍ମୁରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜନସାଧାରଣଙ୍କୁ ସମ୍ବୋଧନ କରିବା ସମୟରେ ନବୀ କହିଛନ୍ତି, ‘ଆମକୁ ସମାଜରେ ପରିବର୍ତ୍ତନ ଆଣିବାକୁ ପଡିବ । କେବେ କେବେ ଭାବୁଛି ଏହା କିଛି ବଡ କଥା ନୁହେଁ । ଏପରି ହୋଇପାରେ ଯେ, ଆପଣଙ୍କୁ ହଠାତ୍ ଶୁଣିିବାକୁ ମିଳିବ ଯେ ମୁଁ ପଲିଟିକ୍ସରୁ ରିଟାୟାର ହୋଇଯାଇଛି ଏବଂ ସମାଜସେବାରେ ଲାଗିଛି ।’ । ତାଙ୍କର ଏପରି ବକ୍ତବ୍ୟ ପରେ ଏହା ଆଲୋଚନାର ବିଷୟବସ୍ତୁ ପାଲଟିଛି । କାରଣ କିଛି ଦିନ ହେଲା ସେ ଗାନ୍ଧୀ ପରିବାର ହାତରେ କ୍ଷମତା କୁ ବିରୋଧ କରି ଆସୁଥିଲେ । କଂଗ୍ରେସ କୁ ବଞ୍ଚାଇବାକୁ ହେଲେ ଗାନ୍ଧୀ ପରିବାର ମଙ୍ଗ ଛାଡିବାକୁ ପଡିବ ବୋଲି କହି ଆସୁଥିଲେ ।
ଗୁଲାମ ନବୀ ଆହୁରି ମଧ୍ୟ କହିଛନ୍ତି ଯେ, ‘ ରାଜନୈତିକ ଦଳ ଗୁଡିକ ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବା ବଦଳରେ ଦେଶକୁ ଧର୍ମ, ଜାତି ଆଧାରରେ ବାଣ୍ଟିଦେଉଛନ୍ତି । ଏଥିପାଇଁ ମୁଁ ମୋ ଦଳ ସହିତ ଅନ୍ୟ ଦଳ ଗୂୁଡିକୁ କେବେବି କ୍ଷମା କରିବି ନାହିଁ । ନାଗରିକ ସମାଜକୁ ସବୁବେଳେ ଏକାଠି ରହିବା ଉଚିତ । ଜାତି , ଧର୍ମ ଉଦ୍ଧ୍ୱର୍ରେ ସମସ୍ତଙ୍କୁ ଉଚିତ ନ୍ୟାୟ ମିଳିବା ଉଚିତ ।
ଜମ୍ମୁ-କାଶ୍ମୀରରେ ଯାହା ହୋିଛି ଏବଂ ଯାହା ହେଉଛି ସେଥିପାଇଁ ପାକିସ୍ତାନ ଓ ଉଗ୍ରବାଦୀ ଦାୟୀ । ଏମାନେ ଜମ୍ମୁ-କାଶ୍ମୀରରେ ହିନ୍ଦୁ ତଥା କାଶ୍ମୀର ପଣ୍ଡିତ, ମୁସ୍ଲିମ୍ ଓ ସ୍ଥାନୀୟ ଅଧିବାସୀଙ୍କୁ ଗଭୀର ଭାବେ ପ୍ରଭାବିତ କରିଛି’ । ଏସବୁକୁ ନେଇ ମନର ଅଶାନ୍ତ ଭାବକୁ ପ୍ରକାଶ କରିବା ସହ ରାଜନୀତିରୁ ସନ୍ନ୍ୟାସ ନେବାକୁ ଆଭାସ ଦେଇଛନ୍ତି ଗୁଲାମ ନବୀ ଆଜାଦ୍ ।