ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ନାମକରଣ କରିଥିଲେ ବିଜୁବାବୁ, ଜାଣନ୍ତି କି ?

biju babu2

ବିଜୟାନନ୍ଦ ପଟ୍ଟନାୟକ ସାଧାରଣତଃ ବିଜୁ ପଟ୍ଟନାୟକ ଭାବରେ ଜଣାଶୁଣା l ସେ ଜଣେ ବୀରତ୍ୱର ବ୍ୟକ୍ତିତ୍ୱ ଥିଲେ ଏବଂ ସେ କେବଳ କଠିନ ପରିଶ୍ରମ ମାଧ୍ୟମରେ ହିଁ ନିଜର ନାମ ଏବଂ ଖ୍ୟାତି ହାସଲ କରିଥିଲେ l ଜଣେ ରାଜନେତା ହେବା ବ୍ୟତୀତ ସେ ଜଣେ ଏରୋନେଟିକାଲ୍ ଇଞ୍ଜିନିୟର୍, ନାଭିଗେଟର୍, ଶିଳ୍ପପତି, ଜଣେ ପାଇଲଟ୍, ଲୋକପ୍ରିୟ ସ୍ୱାଧୀନତା ସଂଗ୍ରାମୀ ତଥା ସର୍ବୋପରି ଜଣେ ପ୍ରସିଦ୍ଧ ତଥା ବିଶିଷ୍ଟ ବ୍ୟକ୍ତିତ୍ୱ ଥିଲେ l ନିଜ ମର୍ଜିର ନିଜେ ମାଲିକ ଥିଲେ l ଡର ତ ତାଙ୍କ ଡିକ୍ସିନାରୀରେ ଯେମିତି ନଥିଲା l ବିଜୁ ତାଙ୍କ ଜୀବନ କାଳରେ ହିଁ କିମ୍ବଦନ୍ତୀ ପାଲଟି ଯାଇଥିଲେ l ଇଣ୍ଡୋନେସିଆରେ ରେସକ୍ୟୁ ଅପରେସନ ହେଉ କି କାଶ୍ମୀର ବଞ୍ଚାଇବା ହେଉ କିମ୍ବା ବ୍ରିଟିଶ ଅଧିକାରୀଙ୍କ ବିଲ୍ଡି ଇଣ୍ଡିଆନ ଭର୍ତ୍ସନା ଶୁଣି ବିମାନକୁ ରାଜସ୍ଥାନର ମରୁଭୂମିରେ ଓଲ୍ହାଇଦେବା ମଧ୍ୟ ଏହି କିମ୍ବଦନ୍ତୀର ଅଂଶ l ଅବଶ୍ୟ ବିଜୁ ବିମାନକୁ ପୁଣିଥରେ ଉଡ଼ାଇଥିଲେ ହେଲେ ବ୍ରିଟିଶ ସରକାରଙ୍କ କ୍ଷମା ପାର୍ଥନା ପରେ l 
ବିଜୁ ପଟ୍ଟନାୟକ ତାଙ୍କ ଲୋକଙ୍କ ପ୍ରେରଣା ଏବଂ ଉତ୍ସାହ ହାସଲ କରିବାରେ ପାରଙ୍ଗମ ଥିଲେ l ବିଜୁ ଓଡିଶାକୁ ଯେତିକି ଭଲ ପାଉଥିଲେ ତାଠାରୁ ଅଧିକ ଭଲ ପାଉଥିଲେ କଳିଙ୍ଗକୁ l କଳିଙ୍ଗ ଏହି ନାମ ତାଙ୍କ ପାଇଁ ସବୁ କିଛି ଥିଲା ତେଣୁ କଳିଙ୍ଗ air lines ଠାରୁ କଳିଙ୍ଗ ଖବର କାଗଜ ଥିଲା ତାଙ୍କ ଉଦ୍ୟମ l ଏହି ସବୁ ଉଦ୍ୟମ ପଛରେ ଥିଲା ଗୋଟିଏ ଲକ୍ଷ ଓଡିଶା ବାହାରର ଲୋକ କଳିଙ୍ଗକୁ ଜାଣନ୍ତୁ, କଳିଙ୍ଗର ଇତିହାସ କୁ ବୁଝନ୍ତୁ l ଓଡିଶା ବାହାରେ ସେ କଳିଙ୍ଗ ସମ୍ରାଟ ଭାବେ ପରିଚିତ ଥିଲେ l ବିଜୁଙ୍କ ଦେହାନ୍ତ ପରେ ଭାରତ ପ୍ରସିଦ୍ଧ ଇଂରାଜୀ ସାପ୍ତାହିକ ପତ୍ରିକା ଇଣ୍ଡିଆ ଟୁଡ଼େ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ତାଙ୍କୁ କଳିଙ୍ଗ ସମ୍ରାଟ ଭାବେ ଉଲ୍ଳେଖ କରିଥିଲା l ବିଜୁ ବାବୁଙ୍କ ଅନ୍ଦାଜ ମଧ୍ୟ ସମ୍ରାଟ ଭଳି ଥିଲା l

୧୯୪୫ ମସିହାରେ ଇଣ୍ଡୋନେସିଆକୁ ଡଚ୍ ଶାସନରୁ ମୁକ୍ତ କରାଇଥିଲା, ଏହା ପରେ ଇଣ୍ଡୋନେସିଆର ପ୍ରଥମ ରାଷ୍ଟ୍ରପତି ସୁକର୍ଣ୍ଣୋ ଏବଂ ପ୍ରଧାନମନ୍ତ୍ରୀ ସୁତାନ ସଜହୀରଙ୍କୁ ଡଚ ଘେରା ବନ୍ଦୀରୁ ଉଡାଇ ଆଣିଥିଲେ l ୧୯୫୦ମସିହାରେ, ଇଣ୍ଡୋନେସିଆ ସରକାର ପଟ୍ଟନାୟକଙ୍କୁ ଏକ ଜଙ୍ଗଲ ଜମି ଏବଂ ଏକ ଭବନ ଗୃହ ସହିତ ପୁରସ୍କୃତ କରିଥିଲେ କିନ୍ତୁ ସେ ଏହି ପ୍ରସ୍ତାବକୁ ଗ୍ରହଣ କରିନଥିଲେ ସେ କହିଥିଲେ କଳିଙ୍ଗ ସରକାର ନିଜ ପ୍ରଜାଙ୍କ ଠାରୁ ଉପହାର ନିଏ ନାହିଁ l ତାଙ୍କୁ ଇଣ୍ଡୋନେସିଆର ସମ୍ମାନଜନକ ନାଗରିକତ୍ୱ ମଧ୍ୟ ଦିଆଯାଇଥିଲା ଏବଂ ‘ଭୂମି ପୁତ୍ର’ ପୁରସ୍କାର ପ୍ରଦାନ କରାଯାଇଥିଲା l ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ପାଇଥିବା ବିଜୁ ବାବୁ ସୁକର୍ଣ୍ଣୋଙ୍କ ଝିଅ ତଥା ପରବର୍ତୀ କାଳରେ ଇଣ୍ଡୋନେସିଆ ରାଷ୍ଟ୍ରପତି ହୋଇଥିବା ମେଘବତୀ ସୁକର୍ଣ୍ଣୋ ପୁତ୍ରିଙ୍କ ନାମକରଣ କରିଥିଲେ l ସୁକର୍ଣ୍ଣୋ ତାଙ୍କ ଝିଅର ନାମକରଣ ବିଜୁ ପଟନାୟକଙ୍କ ପରାମର୍ଶରେ କରିଥିଲେ, ଯେଉଁ ଝିଅ ପରେ ମେଘବତୀ ସୁକର୍ଣ୍ଣୋ ପୁତ୍ରୀ ନାମରେ ପରିଚିତ ହୋଇଥିଲେ l 

biju
ଆସନ୍ତୁ ଜାଣିବା ବିଜୁ କିମ୍ବଦନ୍ତୀର ଆଉ ଏକ ରୋଚକ କାହାଣୀ l 
ବିଜୁ ପଟନାୟକ ଇଣ୍ଡୋନେସିଆକୁ ଡଗଲାସ୍ C-47B-20- ଡ଼ାକୋଟା ବିମାନ ଋଣ ଆକାରରେ ଦେଇଥିଲେ l ଜୁଲାଇ ୧୯୪୭ରେ ଡଚ୍ ମାନେ ଡଗଲାସ୍ C-47B-20- ଡ଼ାକୋଟା ବିମାନକୁ ଗୁଳି ଚଳାଇ ଖସାଇ ଦେଇଥିଲେ l ଇଣ୍ଡୋନେସିଆର ରେଡ କ୍ରସକୁ ବିଜୁ ଏହି ବିମାନ ମାନବିକ ସହାୟତା ପରିବହନ ପାଇଁ ଋଣ ଦେଇଥିଲେ। ପରେ, ଡଚ୍ ମାନେ ବିଜୁ ବାବୁଙ୍କୁ ଆଉ ଏକ ବିମାନ ଦେଇ ଭାରତ ସରକାରଙ୍କୁ କ୍ଷତିପୂରଣ ଦେଇଥିଲେ, ହେଲେ ଏହି ବିମାନକୁ ବିଜୁ ନିଜେ ରଖିନଥିଲେ ପରବର୍ତ୍ତୀ ସମୟରେ ସେ ସେହି ଵିମାନକୁ ଇଣ୍ଡୋନେସିଆକୁ ଦାନ କରିଦେଇଥିଲେ l

Share this story