ସାରଥୀ ରିଟର୍ଣ୍ଣସ: ପୁଣି ଶୁଣିବାକୁ ମିଳିବ ମାନ୍ୟବର ଡାକ, ପ୍ରବଚନ ପାଇଁ ମିଳିଲା ଅନୁମତି

ସାରଥୀ ରିଟର୍ଣ୍ଣସ: ପୁଣି ଶୁଣିବାକୁ ମିଳିବ ମାନ୍ୟବର ଡାକ, ପ୍ରବଚନ ପାଇଁ ମିଳିଲା ଅନୁମତି

କଟକ: ସାରଥୀ ଅନୁଗାମୀଙ୍କ ପାଇଁ ଖୁସି ଖବର । କାରଣ ସାରଥୀଙ୍କୁ ପ୍ରବଚନ ବେଦାକୁ ଆଜି ଅନୁମତି ଦେଇଛନ୍ତି ହାଇକୋର୍ଟ । ଜୁଲାଇ ମାସରୁ ସେ ପ୍ରବଚନ ଦେବେ । ସର୍ବାଧିକ ୨୦୦ ଭକ୍ତଙ୍କୁ ନେଇ ସେ ପ୍ରବଚନ ସଭା କରିପାରିବେ ବୋଲି କୋର୍ଟ କହିଛନ୍ତି । ପ୍ରବଚନ ଦେବା ପାଇଁ ଅନୁମତି ଦେବାକୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସାରଥୀ ଓରଫ ସନ୍ତୋଷ ରାଉଳ ।

ସୂଚନାଯୋଗ୍ୟ ଯେ, ଜଣେ ଛାତ୍ରୀଙ୍କ ସହ ସମ୍ପର୍କକୁ ନେଇ ସାରଥୀଙ୍କ ଚର୍ଚ୍ଚାକୁ ଆସିଥିଲେ । ୨୦୧୫ମସିହାରେ ଗିରଫ କରାଯାଇଥିଲା । ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ଓ ଭକ୍ତଙ୍କୁ ପ୍ରଲୋଭିତ କରିବା ଅଭିଯୋଗରେ ସାରଥିଙ୍କୁ ଗିରଫ କରାଯାଇଥିଲା। ପୂର୍ବରୁ ହାଇକୋର୍ଟ ଏକ ମାମଲାରେ ଜାମିନ ଦେଇଥିବା ବେଳେ କେତେକ ସରତ୍ତ ରଖିଥିଲେ । ସେଗୁଡିକ ହେଲା ସାରଥୀ କେନ୍ଦ୍ରାପଡ଼ା ଯିବେ ନାହିଁ, ପ୍ରବଚନ ଦେବେ ନାହିଁ, ରାଜ୍ୟ ବାହାରକୁ ଗଲେ ପୋଲିସକୁ ଜଣାଇବେ। ଯେଉଁଠି ରହିବେ ସେଠାକାର ତଥ୍ୟ ପୋଲିସକୁ ଦେବେ। ତେବେ ପ୍ରବଚନ ଦେବା ପାଇଁ ସାରଥୀ ହାଇକୋର୍ଟରେ କରିଥିବା ଆବେଦନର ଶୁଣାଣି କରି କୋର୍ଟ ଆଜି ଏହି ଅନୁମତି ଦେଇଛନ୍ତି ।

Share this story