ନବୀନଙ୍କ ଲୋକାଭିମୁଖୀ ବଜେଟ : ବିରୋଧୀ ଙ୍କ ଅକଲ ଗୁଡୁମ

ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଦ୍ୱାରା ବିଧାନସଭାରେ ଆଜି ଅନ୍ତରୀଣ ବଜେଟ ଉପସ୍ଥାପିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ରେ ବଜେଟ ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ତେବେ ଆସନ୍ତୁ ଦେଖିବା କଣ ରହିଛି ବଜେଟ ମୁଖ୍ୟାଂଶ ।
ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ କାମଚଳା ବଜେଟ ଉପସ୍ଥାପନ
ଜାତୀୟ ଅଭିବୃଦ୍ଧି ହାର ତୁଳନାରେ ଓଡିଶାର ଅଭିବୃଦ୍ଧି ହାର ଅଧିକ
କୃଷକଙ୍କ ସମସ୍ୟା ଦୂର କରିବା ପାଇଁ କାଳିଆ ଯୋଜନାର ଘୋଷଣା ହୋଇଛି
କୃଷକ ମାନଙ୍କ ଆୟ ଦ୍ୱିଗୁଣିତ କରିବାରେ ଓଡିଶା ସଫଳ
ବିଗତ ୧୮ ବର୍ଷ ମଧ୍ୟରେ ରାଜ୍ୟର ନିଜସ୍ୱ ଆୟ ବଢିଛି
ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡିଶାର ବିକାଶ ହୋଇଛି
ମଧୁବାବୁ ପେନସନ ଯୋଜନାରେ ୪୮ ଲକ୍ଷ ଲୋକ ସାମିଲ
କାଳିଆ ଯୋଜନା ପାଇଁ ୪୪୬୧ କୋଟି
କୃଷି ଋଣ ସୁଧ ରିହାତି ପାଇଁ ୮୦୦ କୋଟି
ପିଠା ଯୋଜନାରେ ୪୦୦ କୋଟିର ବ୍ୟବସ୍ଥା
ବସୁଧା ଯୋଜନାରେ ୨୯୩୫ କୋଟି
ମଧୁବାବୁ ପେନସନ ଯୋଜନା ପାଇଁ ୨୧୨୦ କୋଟି
ଟଙ୍କିକିଆ ଚାଉଳ ଯୋଜନା ପାଇଁ ୧୦୨୮ କୋଟି
ମିଶନ ଶକ୍ତି ଯୋଜନା ପାଇଁ ୩୦୧ କୋଟି
ମମତା ଯୋଜନା ପାଇଁ ୩୦୫ କୋଟି
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୮୬୪ କୋଟି
ଗୋପବନ୍ଧୁ ଗ୍ରାମୀଣ ଯୋଜନା ୫୦୦ କୋଟି
ବିଜୁ ଯୁବ ବାହିନୀ ଯୋଜନା ପାଇଁ ୧୦୫ କୋଟି
ପାର୍ବତୀ ଗିରି ବୃହତ ଉଠାଜଳସେଚନ ପାଇଁ ୧୭୭୭ କୋଟି
ଜଳକ୍ଷେତ୍ର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ୧୪୬୫ କୋଟି
ସଡକ ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ୧୩୦୦ କୋଟି
ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀଙ୍କ ପାଇଁ ବୃତ୍ତି ଯୋଜନାରେ ୯୫୯ କୋଟି
୩୩/୧୧ କେ.ଭି ସବ ଷ୍ଟେସନ ପାଇଁ ୫୩୩ କୋଟି
ବିଜୁ ସେତୁ ଯୋଜନା ପାଇଁ ୫୦୦ କୋଟି
ରେଳ ପ୍ରକଳ୍ପର ଉନ୍ନତିକରଣ ପାଇଁ ୪୧୦ କୋଟି
ଉନ୍ନତି ଯୋଜନାରେ ୪୦୧ କୋଟି
ଆଡିବନ୍ଧ ନିର୍ମାଣ ପାଇଁ ୩୫୭ କୋଟି
ମୁଖ୍ୟମନ୍ତ୍ରୀ ସଡକ ଯୋଜନା ପାଇଁ ୩୫୦ କୋଟି