ଟିଆରପି ଟାମ୍ପରିଂରେ ଅର୍ଣ୍ଣବ ଲିଙ୍କ, ଖୁବଶୀଘ୍ର ହୋଇପାରନ୍ତି ପୁଣି ଗିରଫ

ଟିଆରପି ଟାମ୍ପରିଂରେ ଅର୍ଣ୍ଣବ ଲିଙ୍କ, ଖୁବଶୀଘ୍ର ହୋଇପାରନ୍ତି ପୁଣି ଗିରଫ

ଟେଲିଭିଜନ ରେଟିଂ ପଏଣ୍ଟସ୍ (ଟିଆରପି) ଟାମ୍ପରିଂରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ଲିଙ୍କ ଥିବା ଜଣାପଡିଛି। ରିପବ୍ଲିକ୍‌ ଟିଭିର ଟିଆର୍‌ପି ବଢ଼ାଇବାକୁ ଲାଞ୍ଚ ଦେଇଥିଲେ ଅର୍ଣ୍ଣବ । ସୂଚନା ଅନୁସାରେ ବାର୍କ (ବ୍ରୋଡକାଷ୍ଟ ଅର୍ଡିଏନ୍ସ ରିସର୍ଚ୍ଚ କାଉନସିଲ)ର ପୂର୍ବତନ ସିଇଓ ପାର୍ଥ ଦାଶଗୁପ୍ତାଙ୍କୁ ଲକ୍ଷାଧିକ ଟଙ୍କା ଦେଇଛି ରିପବ୍ଲିକ ନେଟଓ୍ୱର୍କ।

ରିପବ୍ଲିକ ଟିଭ୍ ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ବାର୍କର ପୂର୍ବତନ ସିଇଓଙ୍କୁ ଏହି ଟଙ୍କା ଦେଇଥିଲେ ବୋଲି ପୋଲିସ ଖୁଲ୍ଲାସା କରିଛି ।କୋର୍ଟରେ ଦାଖଲ କରିଥିବା ରିମାଣ୍ଡ ରିପୋର୍ଟରେ ଏ ନେଇ ଉଲ୍ଲେଖ କରିଛି ମୁମ୍ବାଇ ପୋଲିସ । ବାର୍କକୁ ଟଙ୍କା ଦେଇ ବେଆଇନ ଭାବେ ରିପବ୍ଲିକ ଭାରତ ହିନ୍ଦି ନ୍ୟୁଜ୍ ଚ୍ୟାନେଲ ଓ ରିପବ୍ଲିକ ଟିଭି ଇଂରାଜୀ ନ୍ୟୁଜ୍ ଚ୍ୟାନେଲର ଟିଆର୍‌ପି ବଢ଼ାଯାଇଥିଲା ।

ଅର୍ଣ୍ଣବ ଅନେକ ସମୟରେ ବାର୍କର ପୂର୍ବତନ ସିଇଓଙ୍କୁ ଲକ୍ଷାଧିକ ଟଙ୍କା ଦେଇଥିଲେ ବୋଲି ତଦନ୍ତ ବେଳେ ସ୍ପଷ୍ଟ ହୋଇଥିବା ପ୍ରକାଶ କରାଯାଇଛି ।ତେବେ ଏହି ମାମଲାରେ ଗତ ସପ୍ତାହରେ ଗିରଫ ହୋଇଥିବା ଦାସଗୁପ୍ତାଙ୍କୁ ରିମାଣ୍ଡରେ ନେବାକୁ ମୁମ୍ବାଇ ପୋଲିସ କୋର୍ଟକୁ କହିଛି ।

Share this story