ଅଭିନନ୍ଦଙ୍କ ଘରବାହୁଡା ନେଇ ପ୍ରାର୍ଥନା କଲେ ନବୀନ ଓ ନିରଞ୍ଜନ

ଅଭିନନ୍ଦଙ୍କ ଘରବାହୁଡା ନେଇ ପ୍ରାର୍ଥନା କଲେ ନବୀନ ଓ ନିରଞ୍ଜନ

ପାକିସ୍ତାନ କବ୍‌ଜାରେ ଥିବା ଭାରତୀୟ ବାୟୁସେନା ପାଇଲଟ ବର୍ଦ୍ଧମାନ ଅଭିନନ୍ଦନଙ୍କ ସୁରକ୍ଷା ନେଇ ପୂରା ଦେଶ ଚିନ୍ତା ପ୍ରକଟ କରିଥିବା ବେଳେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିବେଦନ କରିଛନ୍ତି ।ଅଭିନନ୍ଦନ ବକ ମଙ୍ଗଳ କାମନା କରିବା ସହ ସୁରକ୍ଷିତ ଭାବେ ଭାରତ ଫେରିବା ନେଇ ପ୍ରାର୍ଥନା କରିଛନ୍ତି ନବୀନ । ନବୀନ ଏନେଇ ଏକ ଟୁଇଟ୍‌ ଯୋଗେ ଜଣାଇଛନ୍ତି । ଟୁଇଟରରେ ନବୀନ ପଟ୍ଟନାୟକ ଲେଖିଛନ୍ତି ଯେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ଜଣେ ସାହାସୀ ପାଇଲଟ୍‌। ଏବଂ ଭାରତୀୟ ସଶସ୍ତ୍ରବାହିନୀକୁ ସାଲ୍ୟୁଟ୍‌ କରିବା ସହ ସାଧୁବାଦ୍‌ ମଧ୍ୟ ଜଣେଇଛନ୍ତି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଅଭିନନ୍ଦନଙ୍କ ସାହସ ଓ ପରାକ୍ରମକୁ ସଲାମ କରିଛନ୍ତି । ଏହା ସହ ତାଙ୍କ ଘରବାହୁଡା ନେଇ ମଧ୍ୟ କାମନା କରିଛନ୍ତି । ସେ ମଧ୍ୟ ଟୁଇଟ ଯୋଗେ ଏ ନେଇ ଜଣାଇଛନ୍ତି ।
ବୁଧବାର ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡରଙ୍କୁ କବ୍‌ଜାରେ ନେଇଥିଲେ । ଭାରତୀୟ ବାୟୁସେନା (ଆଇଏଏଫ) ପାକ୍‌ କବ୍‌ଜାରେ ଥିବା ପାଇଲଟଙ୍କର ଶୀଘ୍ର ଏବଂ ସୁରକ୍ଷିତ ଫେରିବା ନେଇ ବିଭିନ୍ନ ସ୍ତରରେ ଦାବି ହୋଇଥିଲେ ମଧ୍ୟ ତାଙ୍କୁ ମାଡ଼ ମରାଯିବା ଦୃଶ୍ୟ ଏବେ ସାରା ଭାରତରେ ବେଶ ଭାଇରାଲ ହୋଇଛି ।

Share this story