ଆଶ୍ରିତଙ୍କ ଆଶ୍ରୟରେ ଥିଲେ ଦୁଇ ଅଭିଯୁକ୍ତ

ଆଶ୍ରିତଙ୍କ ଆଶ୍ରୟରେ ଥିଲେ ଦୁଇ ଅଭିଯୁକ୍ତ

ପିପିଲରୁ ଜବତ ହୋଇଥିବା ୫୦ ଲକ୍ଷ ଟଙ୍କା ସହ ବିଜେପି ପ୍ରାର୍ଥୀଙ୍କ ଲିଙ୍କ୍ । ଏ ନେଇ ଅଭିଯୋଗ ହେବା ପରେ ସତ୍ୟାସତ୍ୟ ପଦାକୁ ଆସିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କିଛି ଫଟୋ ପ୍ରମାଣିତ କରିଛି ଯେ ଗିରଫ ଅଭିଯୁକ୍ତ ଦ୍ବୟ ବିଜେପି ସମର୍ଥିତ । ଟଙ୍କା ଜବତ ମାମଲାରେ ଅଟକ ଥିବା ୨ ଅଭିଯୁକ୍ତଙ୍କ ସହ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଲିଙ୍କ୍ ସ୍ପଷ୍ଟ ହୋଇଛି ।

ଆଜି ତାରକାଜ ଛକ ନିକଟରୁ ୫୦ ଲକ୍ଷ ଟଙ୍କା ଜବତ କରିଥିଲା ପିପିଲି ପୋଲିସ । ଏହି ମାମଲାରେ ନୀଳ ରଙ୍ଗର ପଲସର ସହ ୨ ସ୍ଥାନୀୟ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି । ପିପିଲିରୁ ୫୦ ଲକ୍ଷ ଚଙ୍କା ଜବତ ଘଟଣାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ଏକ ପ୍ରତିନିଧି ଦଳ ଭେଟିଛନ୍ତି । ବିଜେଡିର ସସ୍ମିତ ପାତ୍ର, ଲେନିନ ମହାନ୍ତି, ଶ୍ରୀମୟୀ ମିଶ୍ର ଓ ସୁଲତା ଦେଓ ମୁଖ୍ୟ ନିର୍ବାଚନଙ୍କୁ ଭେଟି ଘଟଣାର ତଦନ୍ତ ଦାବି କରିଛନ୍ତି ।

Share this story