ପୁଣି ଫେରିଲା ଲକଡାଉନ

ପୁଣି ଫେରିଲା ଲକଡାଉନ

ପୁଣି ଫେରିଲା ଲକଡାଉନ୍ । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ମହାରାଷ୍ଟ୍ରରେ ପୁଣି ଲକଡାଉନ୍ ଲାଗୁ କରିଛି ପ୍ରଶାସନ । ରାଜ୍ୟର ଅମରାବତୀ ଓ ଯବତମାଳରେ ଲକଡାଉନ୍ ନିୟମ ଲାଗୁ କରାଯାଇଛି । ଅମରାବତୀରେ ଆସନ୍ତାକାଲି ରାତି ୮ଟାରୁ ଲକଡାଉନ୍ ଲାଗୁ ହେବ । ସେହିପରି ଯବତମାଳରେ ଫେବୃଆରୀ ୨୮ ତାରିଖ ଯାଏଁ ଲକଡାଉନ୍ ଜାରି ରହିବ ବୋଲି ଘୋଷଣା କରାଯାଇଛି।

 ଏହି ସମୟରେ ସ୍କୁଲ, କଲେଜ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ତା ସହ ଅଧା ଲୋକଙ୍କୁ ନେଇ ବିବାହ ହେବ ଏବଂ ରେସ୍ତୋରାଁ ଖୋଲିବ । ଗୋଟିଏ ସ୍ଥାନରେ ୫ ଜଣରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି ।

Share this story