ଏଭଳି ପ୍ରଧାନମନ୍ତ୍ରୀ, ଯାହାର ମୃତ୍ୟୁ ପରେ କେବଳ ରହିଯାଇଥିଲା ବ୍ୟାଙ୍କ ଋଣ

ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ତାଙ୍କର ସରଳ ଜୀବନ ଯାପନ ପାଇଁ ସେ ବେଶ୍ ଚର୍ଚ୍ଚିତ। ସେ ପଦ ଓ ପଦବୀ ଅପବ୍ୟବହାରର ଦୃଢ଼ ବିରୋଧୀ ଥିଲେ। ଅନେକ ସମୟରେ ସେ ନିଜେ ଉଦାହରଣ ପାଲଟିଛନ୍ତି । ଲାଲ ବାହାଦୁର ଶାସ୍ତ୍ରୀ ଯେଉଁ ସମୟରେ ସେ ଦେଶର ଗୃହ ମନ୍ତ୍ରୀ ରହିଥିଲେ, ଏକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ କୋଲିକତା ପହଞ୍ଚିଥିଲେ।
ସେଠାରୁ ଫେରିବା ପାଇଁ ସନ୍ଧ୍ୟାରେ ଫ୍ଲାଇଟ ଥିଲା। ହେଲେ ସେ ସମୟରେ କୋଲିକତାରେ ଖୁବ୍ ଟ୍ରାଫିକ ସମସ୍ୟା ରହିଥିଲା । ଲାଲ ବାହାଦୁର ଶାସ୍ତ୍ରୀ କାର୍ଯ୍ୟକ୍ରମରୁ ଫେରିବା ସମୟରେ ମଧ୍ୟ ଟିକିଏ ବିଳିମ୍ବ ହୋଇଥିଲା ଏବଂ ଲାଗୁଥିଲା ଯେ ବିମାନବନ୍ଦର ପହଞ୍ଚିବା ଅସମ୍ଭବ ହେବ ।
ସାଥିରେ ନେଇଥିଲେ କି ସାଇରନ ଗାଡ଼ି?
ରିସର୍ଜର ଅଦରିଜା ରାୟଚୌଧୁରୀ ଇଣ୍ଡିଆନ ଏକ୍ସପ୍ରେସରେ ଲେଖୁଛନ୍ତି, କୋଲିକତା ପୁଲିସ କମିସନର ଶାସ୍ତ୍ରୀଜୀଙ୍କ ବିମାନବନ୍ଦର ପହଞ୍ଚିବା ଏକ ପ୍ରକାର ବିଳମ୍ବ ହୋଇଯିବା ନେଇ ଜାଣି ସାରିଥିଲେ। ଏଥିପାଇଁ ସେ ଲାଲ ବାହାଦୁର ଶାସ୍ତ୍ରୀଙ୍କ କାର ଆଗରେ ପୁଲିସ ସାଇରନ ଲଗାଯାଇଥିବା କାର ରଖୁଥିଲେ। ଏହା ଦ୍ବାରା ଟ୍ରାଫିକ୍ ସମସ୍ୟା ଆଉ ହେବ ନାହିଁ। ହେଲେ ଶାସ୍ତ୍ରୀଜୀ ଏପରି ବ୍ୟବସ୍ଥାକୁ ପସନ୍ଦ ଆସିନଥିଲା ଏବଂ ଏହାକୁ ନାଁ କରିଦେଇଥିଲେ। ଲାଲ ବାହାଦୁର ଶାସ୍ତ୍ରୀ କହିଥିଲେ ଯେ ଏଭଳି କରିବା ଦ୍ବାରା କୋଲକାତା ଲୋକ ଭାବିବେ ଯେ ଏଠାକୁ କେହି ଭିଭିଆଇପି ଆସିଛନ୍ତି ଏବଂ ସେମାନଙ୍କର ରୁଟିନ ଡିସ୍ଟର୍ବ ହେବ ।
ନିଜକୁ କହୁଥିଲେ ‘ଥାର୍ଡ଼ କ୍ଳାସ' ବ୍ୟକ୍ତି
ଅଦରିଜା ରାୟଚୌଧୁରୀ ଏକ ଘଟଣାକୁ ମନେ ପକାଇଛନ୍ତି। ଯେତେବେଳେ ଲାଲ ବାହାଦୁର ଶାସ୍ତ୍ରୀ ଦେଶର ପ୍ରଧାନମନ୍ତ୍ରୀ ରହିଥିଲେ। ସେ ସକାଳେ ଏକ କାର୍ଯ୍ୟକ୍ରମକୁ ଯିବାର ଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ଅନ୍ୟ ଏକ କାର୍ଯ୍ୟସୂଚୀ ଯୋଗୁଁ ଯାତ୍ରା ବାତିଲ କରିବାକୁ ପଡିଲା। ସେହି ରାଜ୍ୟର ମୁଖ୍ୟମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ଫୋନ କରିଥିଲେ ଏବଂ ତାଙ୍କର କାର୍ଯ୍ୟକ୍ରମକୁ ବାତିଲ ନକରିବାକୁ ଅନୁରୋଧ କରିଥିଲେ। କାରଣ ଶାସ୍ତ୍ରୀଜୀଙ୍କ ପାଇଁ ସେ ଫାଷ୍ଟ କ୍ଲାସ ଅରେଞ୍ଜମେଣ୍ଟ କରିଦେଇଥିଲେ। ପ୍ରଧାନମନ୍ତ୍ରୀ ଶାସ୍ତ୍ରୀ ଜବାବ ଦେଇଥିଲେ ଯେ ଆପଣ ଜଣେ ଥାର୍ଡ କ୍ଲାସ ବ୍ୟକ୍ତିଙ୍କ ପାଇଁ କାହିଁକି ଫାଷ୍ଟ କ୍ଳାସ ବ୍ୟବସ୍ତା କରୁଥିଲେ?
ମୃତ୍ୟୁ ପରେ ଋଣ ସୁଝିଥିଲେ ପତ୍ନୀ
୧୯୬୬ରେ ଯେତେବେଳେ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା, ସେତେବେଳେ ତାଙ୍କ ନାଁରେ କୌଣସି ଘର ରହିନଥୁଲା କି ସମ୍ପଭି ନଥିଲା। ସେ କେବଳ ଏକ ସରକାରୀ ଋଣ କରିଥିଲେ, ଯାହା ତାଙ୍କ ଫିଏଟ କାର୍ ପାଇଁ ଋଣ କରିଥିଲେ। ଲାଲ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଲଳିତା ଶାସ୍ତ୍ରୀ ନିଜର ପେନସନ ପଇସାରେ ବ୍ୟାଙ୍କର ଋଣ ସୁଝିଥିଲେ।